Home national news oriya ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

2
0

Source :- ODIA PUA

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଓ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ ଭଦ୍ରକ ର ମିଳିତ ସହଯୋଗରେ ୧୨ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଉଛି । ସାମାଜିକ ସୁରକ୍ଷା ଅଧିକାରୀ ,ଖଗେଶ୍ୱର ସେଠୀ,ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର,ବ୍ରହ୍ମା କୁମାରୀ ମଞ୍ଜୁ ଭଉଣୀ ପ୍ରମୁଖଙ୍କ ଉପସ୍ଥିତି ରେ ଯୋଗ ଦିବସ ପାଳନ କରାଯାଇଥିଲା। ବ୍ରହ୍ମାକୁମାର କମଳା ଭାଇ ଯୋଗ ପ୍ରାଣାୟମ କରାଇଥିଲେ। ଯୋଗ ଦିବସ ଅବସରରେ ନିଶା ନିବାରଣ ପାଇଁ ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ସଚେତନ କରାଇଥିଲେ।ବ୍ରହ୍ମାକୁମାର ସୌଭାଗ୍ୟ ଭାଇ ସମସ୍ତଙ୍କୁ ରାଜ ଯୋଗ ର ଅନୁଭୁତି କରାଇ ଥିଲେ। ସମସ୍ତେ ଯୋଗର ଆନନ୍ଦ ନେବା ସହ ପ୍ରସାଦ ଗ୍ରହଣ କରିଥିଲେ ।

SOURCE: ODIA PUA